
ଭୁବନେଶ୍ୱର : ଗୋଟିଏ ରାତିରେ ସାପ କାମୁଡ଼ାରେ ଚାଲିଗଲା ୪ ଜୀବନ । ଆନନ୍ଦପୁର ବ୍ଲକ ରାଧିକାଦେଇପୁରରେ ସାପ କାମୁଡ଼ାରେ ମାଆ-ପୁଅ ମୃତ । ଶୋଇଥିବାବେଳେ ଭିତରକୁ ଏକ ସାପ ପଶି ଆସି ଦୁଇ ଜଣଙ୍କୁ କାମୁଡି ଦେଇଥିଲା । ସେହିପରି ଗଞ୍ଜାମ ପାତ୍ରପୁର ବ୍ଲକ୍ ବିଲୁଗାଁରେ ସାପ କାମୁଡାରେ ମାଇଁ-ଭାଣିଜୀଙ୍କ ମୃତ୍ୟୁ ହୋଇଛି । ଏଠାରେ ମଧ୍ୟ ଶୋଇଥିବା ବେଳେ ଉଭୟଙ୍କୁ କାମୁଡିଥିଲା ସାପ ।
ତେବେ ବର୍ଷା ଦିନରେ କହିଁକି ବଢୁଛି ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା । ଏହାର କାରଣ ହେଉଛି ତପମାତ୍ରା । ବର୍ଷା ଦିନେ ସାପ ମାନେ ନିଜ ଶରୀର ତାପମାତ୍ରା ଓ ବାହାର ତାପମାତ୍ରା ମଧ୍ୟରେ ସନ୍ତୁଳନ ରଖିପାରନ୍ତି ନାହିଁ । ତେଣୁ ତାପମାତ୍ରା ସହ୍ୟ କରୁଥିବା ସ୍ଥାନକୁ ଆପଣାଇଥାନ୍ତି । ଏନେଇ ଜନବସତି ଆଡ଼କୁ ମୁହାଁଇଥାନ୍ତି । ଅନ୍ୟପଟେ ଚାରିଆଡ଼େ ଓଦା ହୋଇଥିବାରୁ ଶୁଷ୍କ ସ୍ଥାନ ଖୋଜିଥାନ୍ତି ।
ଫଳରେ ବର୍ଷାଦିନେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଏ । ରିପୋର୍ଟ କହୁଛି ୨୦୧୮ ରୁ ୧୯ ମଧ୍ୟରେ ସାପ କାମୁଡାରେ ଏକ ହଜାର ୨୬ ଜଣ ମୃତ୍ୟୁ ହୋଇଥିଲା । ୨୦୧୯ ରୁ ୨୦ ମଧ୍ୟରେ ୯୫୧ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୦ ରୁ ୨୧ ମଧ୍ୟରେ ଏକ ହଜାର ୪୪, ୨୦୨୧ରୁ ୨୨ ମଧ୍ୟରେ ୮୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୨୨ରୁ ୨୩ ମଧ୍ୟରେ ୮୯୪ ଜଣଙ୍କର ଜୀବନ ଯାଇଛି । ତେବେ ଏଭଳି ବିଷଧର ସାପ କବଳରୁ କିପରି ବର୍ତ୍ତିବେ ? କଣ ସତର୍କତା ଅବଲମ୍ବନ କରିବେ ? ଯଦି ସାପ କାମୁଡେ କଣ କରିବେ ଓ କଣ କରିବେ ନାହିଁ ?