
ମାଲକାନଗିରି: ପୋଲ ଉପରେ ୨ଫୁଟର ପାଣି। ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ବ୍ରିଜ୍। କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି ଠାରୁ ସୀମାନ୍ତ ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମୋଟର ଅଟକ ରହିଛି। ଅନ୍ୟପଟେ ଲଘୁଚାପ ପ୍ରଭାବରେ ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆଜି ଏବଂ ୧୮ ତାରିଖରେ ପ୍ରବଳ ବର୍ଷା ପାଇଁ କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୯ ତାରିଖରେ ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।