ଶୋଭାଯାତ୍ରା ବେଳେ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ,

add-all

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।

ସୂଚନା ଅନୁସାରେ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାଟି ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା। ଏହି ଶୋଭାଯାତ୍ରାରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ତେବେ ବସଷ୍ଟାଣ୍ଡ ନିକଟରେ କୃଷ୍ଣ ଚନ୍ଦ୍ର କୁଳଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ।

ଉପସ୍ଥିତ ଲୋକ କୁଳଦୀପକୁ କାବୁ କରି ଟାଉନ ଥାନାରେ ଜିମା ଦେଇଥିଲେ। ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି। ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତାରାଙ୍କର ପିଏସଓ ଏକ ଲିଖିତ ଅଭିଯୋଗ ଦେବା ବେଳେ କୃଷ୍ଣଙ୍କ ପକ୍ଷରୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ମାମଲା ରେଜିଷ୍ଟ୍ରେସନ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ତାରା ପ୍ରସାଦ କିମ୍ବା ଅଭିଯୁକ୍ତଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.