ଇକୋ ରିସର୍ଟ ସୁଇମିଂ ପୁଲରେ ଅଘଟଣ; ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

youtube

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲ୍‌ରେ ଅଘଟଣ । ସୁଇମିଂ ପୁଲ୍‌ରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ଯୁବ ପର୍ଯ୍ୟଟକ ତେଜସ୍ଵ ଆହୁଜା ।

ସୂଚନାମୁତାବକ, ସେ ପିକନିକ୍ ପାଇଁ ଓଡ଼ିଶା ଆସିଥିଲେ। ଆଜି ସକାଳ ପ୍ରାୟ ୫ଟା ବେଳେ ସତ୍ୟ ନାରାୟଣ ଇକୋ ରିସର୍ଟର ସୁଇମିଂ ପୁଲରୁ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ଅଗ୍ନିଶମ ବିଭାଗ ସୁଇମିଂ ପୋଲରୁ ତାଙ୍କୁ ଉଦ୍ଧାର କରି ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.