ଇସ୍କନର ଶାସ୍ତ୍ର ବିରାଧୀ ନୀତି: ଅଦିନିଆ ରଥଯାତ୍ରାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

youtube

ପୁରୀ : ଇସ୍କନର ଶାସ୍ତ୍ର ବିରୋଧୀ ଅଦିନିଆ ରଥଯାତ୍ରା ବିରୋଧରେ ଏକାଠି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୀଠ ଶଙ୍କରାଚାର୍ଯ୍ୟ । ଇସ୍କନ୍ କୁ କଡା ଜବାବ ଦେବାକୁ ବଡ ପ୍ରସ୍ତୁତି । ଇସ୍କନ୍ ଆୟୋଜିତ ଅଦିନିଆ ରଥଯାତ୍ରା ବିରୋଧରେ ଆଉ ପାଦେ ଆଗେଇଲା ଶ୍ରୀମନ୍ଦିର ପ୍ରଶାସନ । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ମତାମତ ନେଲା ଶ୍ରୀମନ୍ଦିର ପ୍ରଶାସନ ।  ଇସ୍କନ୍ ଗଭର୍ଣିଂ ବଡିର ଅଧ୍ୟକ୍ଷଙ୍କୁ ଦିଆଯିବ ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପ୍ରଶାସନର ପୂର୍ଣ୍ଣାଙ୍ଗ ମତ ।

ଶଙ୍କରାଚାର୍ଯ୍ୟଙ୍କ ମତକୁ ଇଂରାଜୀରେ ସାରା ବିଶ୍ବରେ ପ୍ରଚାର କରାଯିବ ।  ଅଦିନିଆ ରଥଯାତ୍ରା ରୋକ୍ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବର୍ତ୍ତମାନ ସୁଦ୍ଧା ନେଇଥିବା ସମସ୍ତ ପଦକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସାମ୍ନାରେ ଉପସ୍ଥାପିତ କଲେ ଗଜପତି ଦିବ୍ୟ ସିଂହ ଦେବ ।  ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟ ସେବକମାନଙ୍କ ଉପସ୍ଥିତିରେ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ବିଚାର ବିମର୍ଶ ।  ଶ୍ରୀମନ୍ଦିର ପ୍ରଶାସନ ଇସ୍କନ ରଥଯାତ୍ରା ବନ୍ଦ୍ ପାଇଁ କରିବ ବଡ ପ୍ରାୟାସ ।

Leave A Reply

Your email address will not be published.