ଗାନ୍ଧୀ ମାର୍ଗରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆନ୍ଦୋଳନ

youtube

ଭୁବନେଶ୍ୱର  : ଗାନ୍ଧୀ ମାର୍ଗରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନୟ ସମିତି ।  ବିଭିନ୍ନ ଦାବୀ ନେଇ ହାଜର ହାଜର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ।   ବିନା ବେତନରେ ଶିକ୍ଷକମାନେ 25 ରୁ 30 ବର୍ଷ ଶିକ୍ଷା ଦାନ କରି ମଧ୍ୟ ସରକାର ଏହାକୁ ଅନୁଦାନ ପରିସର ଭୁକ୍ତ କରୁନାହାନ୍ତି, ତେଣୁ ତୁରନ୍ତ ଏହାକୁ କାଯ୍ୟକାରୀ କରାଯାଉ ବୋଲି ଦାବି କରାଯାଇଛି ।   2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ 6 ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ ଓ  ଅବସର ବୟସ ସୀମାକୁ 60 ରୁ 62 ବୃଦ୍ଧି କରିବାକୁ ମଧ୍ୟ ଦାବୀ ହୋଇଛି ।  ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରି ଶିକ୍ଷକ ଓ କର୍ମଚାରୀ ।

Leave A Reply

Your email address will not be published.