ନୂଆଖାଇ ଲଗ୍ନ ଧାର୍ଯ୍ୟ, ମା’ ସମଲେଶ୍ଵରୀଙ୍କ ନିକଟରେ ହେବ ନବାନ୍ନ ଲାଗି

youtube

ସମ୍ବଲପୁର : ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ।  ଆସନ୍ତା ୨୮ ତାରିଖ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମିନିଟ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ ।  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି ।

ଆସନ୍ତା 28 ତାରିଖ ଭାଦ୍ରଵ ମାସ ଶୁକ୍ଳ  ପକ୍ଷ ପଞ୍ଚମୀ ତିଥି  ସମୟ  10 ଟା 33 ମିନିଟ ରୁ 10.55 ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।  ତା’ ପରେ ଘରେ ଘରେ ଲୋକେ ନୂଆ ଖାଇବେ ।  ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଛନ୍ତି  l  ଚଳିତ ବର୍ଷ ନୂଆଖାଇ ଲଗ୍ନ ମାଁ ସମଲେଶ୍ୱରୀଙ୍କୁ ଜଣାଯିବା ପରେ ସହରବାସୀଙ୍କୁ ପଣ୍ଡିତ ତଥା ପୂଜକମାନେ ଜଣାଇଥିଲେ  l

Leave A Reply

Your email address will not be published.