
ଭୁବନେଶ୍ୱର : ଓଡ଼ିଶା ସରକାର 7 ଜିଲ୍ଲାରେ ୧୨ଟି ନୂତନ ନୋଟିଫାଇଡ୍ ଏରିଆ କାଉନସିଲ (ଏନଏସି) ଘୋଷଣା କରିବା ପାଇଁ ଯୋଜନା କରିଛନ୍ତି ସରକାର । ଏହି ଏନଏସିଗୁଡ଼ିକ ପ୍ରତିଷ୍ଠା ପାଇଁ ଏକ ଖସଡ଼ା ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ଦ୍ୱାରା ସ୍ଥାନୀୟ ବାସିନ୍ଦା ଓ ସମ୍ପୃକ୍ତ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମତାମତ ବା ଆପତ୍ତି ଦାଖଲ କରିପାରିବେ । ଚୂଡ଼ାନ୍ତ ଅନୁମୋଦନ ପରେ, ଏହି ୧୨ଟି ଅଞ୍ଚଳ ଆନୁଷ୍ଠାନିକ ଭାବେ ଏନଏସି ହେବ । ଯାହା ଉନ୍ନତ ନଗରୀୟ ସୁବିଧା ଯଥା ଉନ୍ନତ ଜଳ ଯୋଗାଣ, ପରିମଳ, ରାସ୍ତା, ରାସ୍ତାଘାଟରେ ଆଲୋକ, ବଜାର ଓ ନିର୍ଦ୍ଦିଷ୍ଟ ଉନ୍ନୟନ ପାଣ୍ଠି ପାଇବ ।