ମହାରାଷ୍ଟ୍ରରେ ଭୂସ୍ଖଳନ: ୨ ମୃତ, ଉଦ୍ଧାର କାର୍ଯ୍ୟ ଜାରି

youtube

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ବିଳମ୍ବିତ ରାତିରୁ ଲଗାତାର ମହାରାଷ୍ଟ୍ର ପ୍ରବଳ ବର୍ଷା ହେଉଛି । ସେ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଏହି ସମସ୍ୟା କାରଣରୁ ଜନଜୀବନ ହନ୍ତସନ୍ତ ହୋଇଉଠିଛି । ଏହାରି ମଧ୍ୟରେ ଭିକ୍ରୋଲିରେ ଭୂସ୍ଖଳନ ହୋଇଛି । ଯେଉଁଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ଷା ଯୋଗୁଁ ପାଣି ଜମି ରହିଥିବାରୁ ରାସ୍ତା ଭିଡ଼ ହୋଇଛି । ଯେଉଁଥି ପାଇଁ ଆଜି ସକାଳଠାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକାଲି ମଧ୍ୟ ଜମ୍ମୁ-କାଶ୍ମୀରର କିସ୍ତୱାରର ଚିସୋଟି ଗାଁରେ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଲୋକଙ୍କ ଜୀବନହାନି ଘଟିଥିଲା । ଏଥିରେ ଅନେକ ଲୋକ ମଧ୍ୟ ଏହି କାରଣରୁ ଫସି ରହିଥିଲେ ।

Leave A Reply

Your email address will not be published.