
ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ଦୁଇ ଶହକୁ ବୃଦ୍ଧି। ପାକିସ୍ତାନରେ ବନ୍ୟା ପ୍ରଳୟ ଆସି ଗତକାଲି ଗୋଟିଏ ଦିନରେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ପାଣିରେ ଭାସିଗଲେ ଶହ ଶହ ଲୋକ । ଉତ୍ତର ପାକିସ୍ତାନରେ ତାଣ୍ଡବ ରଚିଛି ବନ୍ୟା । ମାଟି ଅତଡ଼ା ବୁଡ଼ାଇ ଦେଲା ବହୁ ଘର, ଦୋକାନ, ଏବଂ ତୀର୍ଥସ୍ଥଳ। ପକିସ୍ତାନର ବୁନେର ଜିଲ୍ଲାରେ କେବଳ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୨୪ ଘଣ୍ଟାରେ ୨୦୦ ଜଣଙ୍କର ଜୀବନ ଗଲାଣି ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା ହୋଇଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି । ସ୍ଥାନେ ସ୍ଥାନେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆକାଶପଥେ ବନ୍ୟାଅଞ୍ଚଳକୁ ପହଞ୍ଚିବାକୁ ଚେଷ୍ଟା କରାଯାଉଛି । ଗତକାଲି ରିଲିଫ୍ ସାମଗ୍ରୀ ଯୋଗାଇବାକୁ ଯାଉଥିବା ଏକ ହେଲିକେପ୍ଟର ଖରାପ ପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୫ଜଣ କ୍ରୁ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।