ସଫଳ ହେଲା ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା, ବାହାରିପାରିଲାନି ଯୁଦ୍ଧ ଶେଷ କରିବା ପାଇଁ ନିଷ୍କର୍ସ

youtube

ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଆଲୋଚନା ବେଶ ଗଠନମୂଳକ ଥିଲା । ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିନ୍ତୁ କୌଣସି ପୂର୍ଣ୍ଣ ବୁଝାମଣାରେ ପହଞ୍ଚି ପାରିନାହୁଁ । ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଶାନ୍ତି ଫେରାଇ ଆଣିବା ପାଇଁ ଏକ ଉପଯୁକ୍ତ ସୁଯୋଗ ପାଇଛୁ । କିନ୍ତୁ ଏଯାଏତାହା ହାସଲ କରିପାରିନାହୁଁ ବୋଲି ଟ୍ରମ୍ପ କହିଛନ୍ତି ।

ଏନେଇ ସେ ନାଟୋ ନେତାଙ୍କ ସହ ଫୋନରେ ଆଲୋଚନା କରିବେ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଫୋନରେ ବୈଠକ ବିଷୟରେ ଜଣାଇବେ ବୋଲି ସେ କହିଛନ୍ତି। ସେହିପରି ଆଲୋଚନା ପରେ ପୁଟିନ କହିଛନ୍ତି, ଯୁଦ୍ଧର ଅବସାନ ହେଉ ବୋଲି ରୁଷିଆ ଚାହେଁ । ୟୁକ୍ରେନ ଜନସାଧାରଣ ଆମର ଭାଇଭଳି ।  ୟୁକ୍ରେନରେ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ ।  ଆମେ ଏହା ଉପରେ କାମ କରିବାକୁ ପ୍ରସ୍ତୁତ। ସଙ୍କଟର ସମସ୍ତ ମୂଳ କାରଣକୁ ନିଶ୍ଚିତ ଭାବେ ଦୂର କରାଯିବା ଉଚିତ୍ । ଯଦି ୨୦୨୨ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ରୁଷ-ଯୁକ୍ରେନ ଯୁଦ୍ଧ ହୋଇନଥାନ୍ତା ବୋଲି ପୁଟିନ କହିଛନ୍ତି ।  ପରବର୍ତ୍ତୀ ବୈଠକ ମସ୍କୋରେ କରିବାକୁ ପ୍ରସ୍ତାବ ଦେଇଥିଲେ ପୁଟିନ। କିନ୍ତୁ ଟ୍ରମ୍ପ କହିଛନ୍ତି ଆମେ ଦେଖିବୁ । ଖୁବ ଶୀଘ୍ର କଥା ହୋଇପାରୁ ଏବଂ ସମ୍ଭବତଃ ଶୀଘ୍ର ଭେଟିପାରୁ ।

Leave A Reply

Your email address will not be published.