୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

youtube

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପଗୁଡ଼ିକରେ ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ସେକ୍ସନ ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-II (UER-II) ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-II (UER-II)ର ଆଲିପୁରରୁ ଦିଚାଓଁ କଲାନ ଷ୍ଟ୍ରେଚ୍ ସହିତ ବାହାଦୁରଗଡ଼ ଏବଂ ସୋନିପତକୁ ନୂତନ ଲିଙ୍କ ଅନ୍ତର୍ଭୁକ୍ତ, ଯାହା ପ୍ରାୟ୫,୫୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ।

ଆସନ୍ତାକାଲି ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା (UER-II) ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡକାରେ ୨୦୦ ମିଟରର ଏକ ରୋଡଶୋ କରିବେ । ସେ ଦ୍ୱାରକା ଏକ୍ସପ୍ରେସୱେର ନିରୀକ୍ଷଣ କରିବା ପରେ ମୁଣ୍ଡକାରେ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପ୍ରସ୍ତୁତିକୁ ଜୋରଦାର କରିଛି ।  ରୋଡ ଶୋ ପରେ, ରୋହିଣୀର ହେଲିପ୍ୟାଡ୍ ନିକଟରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।

ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତା-୨ (UER-II) ଜାତୀୟ ରାଜଧାନୀରେ ଏକ ନୂତନ ରିଙ୍ଗ ରୋଡ୍ ଭାବରେ ନିର୍ମିତ ହୋଇଛି। ଏହି ରାସ୍ତାର ବିଶେଷତ୍ୱ ହେଉଛି ଏହା କେବଳ ମୁଣ୍ଡକା ସମେତ ଦିଲ୍ଲୀର ଅନେକ ପ୍ରମୁଖ ଅଞ୍ଚଳ ସହିତ ସଂଯୁକ୍ତ ନୁହେଁ, ବରଂ ଏହା ଦିଲ୍ଲୀ-ଚଣ୍ଡିଗଡ଼ ରାଜପଥ, ଦ୍ୱାରକା ଏକ୍ସପ୍ରେସୱେ ସମେତ ଅନେକ ରାଜପଥ ଏବଂ ଏକ୍ସପ୍ରେସୱେ ସହିତ ମଧ୍ୟ ଯୋଡା ଯାଇଛି  ।

ଏହା  ହେବା ଫଳରେ ଦିଲ୍ଲୀ ମଧ୍ୟରେ ଯାନବାହାନର ଚାପ ହ୍ରାସ ପାଇବ । ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣ ହେବା ସହିତ, ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେରେ ଟ୍ରାଫିକ ଚାପ ୨୦ ରୁ ୨୫ ପ୍ରତିଶତ ହ୍ରାସ ପାଇଛି । କେବଳ ଏତିକି ନୁହେଁ, ବହୁତ ସମୟ ସଞ୍ଚୟ ହେଉଛି ।

ପୂର୍ବରୁ ମାନେସରରୁ ବିମାନବନ୍ଦର ପହଞ୍ଚିବାକୁ ୧.୫ ରୁ ୨ ଘଣ୍ଟା ସମୟ ଲାଗୁଥିଲା, କିନ୍ତୁ ଏବେ କେବଳ ୨୦ ରୁ ୨୫ ମିନିଟ୍ ସମୟ  ଲାଗିବ । ଯଶୋଭୂମିରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରି ଦ୍ୱାରକା ଏକ୍ସପ୍ରେସୱେକୁ ସିଧାସଳଖ ବିମାନବନ୍ଦର ସହିତ ସଂଯୋଗ କରାଯାଇଛି ।  ପ୍ରତିଦିନ ହାରାହାରି ଏକ ଲକ୍ଷ ଯାନବାହନ ଏହି ସୁଡ଼ଙ୍ଗ ଦେଇ ଯାତାୟାତ କରୁଛି ।

NHAIର ଜଣେ ଅଧିକାରୀ କହିଛନ୍ତି ଯେ UER-II କାର୍ଯ୍ୟକ୍ଷମ ହେବା ମାତ୍ରେ ଦିଲ୍ଲୀର ଅନେକ ଅଞ୍ଚଳର ଚିତ୍ର ବଦଳିଯିବ। କେବଳ ଯାନର ଚାପ ହ୍ରାସ ପାଇବ ନାହିଁ, ବରଂ ପ୍ରଦୂଷଣର ସ୍ତର ମଧ୍ୟ ହ୍ରାସ ପାଇବ। ଇନ୍ଧନରେ ବିପୁଳ ସଞ୍ଚୟ ହେବ ।

Leave A Reply

Your email address will not be published.