
ସିମଲା : ଚଳିତ ବର୍ଷ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ରଚିଛି । ହିମାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଏହି ବର୍ଷ ମୌସୁମୀ ଋତୁରେ ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ସଡ଼କ ଦୁର୍ଘଟଣାରେ ୧୨୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ରାଜ୍ୟରେ ମୌସୁମୀ ସମ୍ବନ୍ଧୀୟ ଦୁର୍ଘଟଣାରେ ମୋଟ ୨୫୭ ଜଣଙ୍କର ମୃତ୍ୟୁ ହୋଇଛି ।
ସରକାରୀ ରିପୋର୍ଟ ଅନୁସାରେ ପ୍ରାକୃତିକ କାରଣରୁ ସର୍ବାଧିକ ପରିମାଣରେ ମୃତ୍ୟୁ କାଙ୍ଗଡ଼ା ଜିଲ୍ଲାରେ ଘଟିଛି । ଯେଉଁଠାରେ ୨୮ ଜଣଙ୍କ ଜୀବନ ଯାଇଛି । ଏହା ପରେ ମଣ୍ଡି (୨୬ ମୃତ୍ୟୁ) ଏବଂ ହମିରପୁର (୧୩ ମୃତ୍ୟୁ) ପ୍ରମୁଖ ପ୍ରଭାବିତ ଜିଲ୍ଲା ଥିଲା ।
ବର୍ଷା ସମୟରେ ରାଜ୍ୟର ଅନେକ ଜିଲ୍ଲା ଭୂସ୍ଖଳନ, ବନ୍ୟା, ପ୍ରବଳ ବର୍ଷା ହେବା , ବୁଡ଼ିଯିବା, ବିଦ୍ୟୁତ ଆଘାତ ଏବଂ ସାପ କାମୁଡ଼ା ଯୋଗୁଁ ପ୍ରାଣ ହରାଇଥିଲେ । ବୁଡ଼ିଯିବା ଯୋଗୁଁ ସର୍ବାଧିକ ୨୭ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଯେଉଁଥିରେ ମଣ୍ଡି (୧୭), କୁଲୁ (୩) ଏବଂ ଲାହୌଲ-ସ୍ପିତି (୩) ପ୍ରମୁଖ । ପ୍ରବଳ ବର୍ଷା ଯୋଗୁଁ ୧୭ ଜଣଙ୍କ ଜୀବନ ହରାଇଛନ୍ତି ।
ଯେଉଁଥିରେ ମଣ୍ଡିରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଏହା ସହିତ ବିଦ୍ୟୁତ ଆଘାତରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାପ କାମୁଡ଼ାରେ ୧୩ ଜଣଙ୍କ ଏବଂ ଉଚ୍ଚତାରୁ ପଡ଼ି ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ କାରଣରୁ ୨୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟ ସହିତ ହିମାଚଳରେ ରାସ୍ତା ଅବସ୍ଥା ଏବଂ ପାଗ ଯୋଗୁଁ ହୋଇଥିବା ଦୁର୍ଘଟଣାରେ ୧୨୪ ଜଣ ପ୍ରାଣ ହରାଇଛନ୍ତି । ଏଥିମଧ୍ୟରୁ ଚମ୍ବା (୨୦), ମଣ୍ଡି (୨୧), ସିମଲା (୧୫) ଏବଂ କାଙ୍ଗଡ଼ା (୧୨)ରେ ସର୍ବାଧିକ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ସୋଲାନ ଏବଂ କୁଲୁରେ ମଧ୍ୟ ୧୩-୧୩ ଜଣ ପ୍ରାଣ ହରାଇଛନ୍ତି ।
ସରକାରୀ ଅଧିକାରୀମାନେ ଏହି ମୃତ୍ୟୁଗୁଡ଼ିକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତ ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଦ୍ରୁତଗତିରେ କରାଯାଇଥିଲା ବୋଲି ଦୀବୁ କରିଛନ୍ତି । ସମୟୋଚିତ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବରୁ ଏହି ବିଶାଳ କ୍ଷତି ଘଟିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।
ଏହି ସଂଖ୍ୟାଗୁଡ଼ିକରୁ ସ୍ପଷ୍ଟ ହେଉଛି କି ଯେ ହିମାଚଳ ପ୍ରଦେଶରେ ମୌସୁମୀର ପ୍ରଭାବ ମାରାତ୍ମକ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଖରାପ ପାଗରେ ଯାନବାହନ ଦୁର୍ଘଟଣା, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଏବଂ ଉତ୍ତମ ପରିଚାଳନା ଆବଶ୍ୟକ । ସରକାର ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା ଏବଂ ବୈଷୟିକ ତଦାରଖର ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ଉଚିତ ଯାହା ଦ୍ଵାରା ଭବିଷ୍ୟତରେ ଏହି ଘଟଣାଗୁଡ଼ିକ ହ୍ରାସ ପାଇପାରିବ ।