
ପାକିସ୍ତାନ : ପାକିସ୍ତାନରେ ତାଣ୍ଡବ ରଚୁଛି ବନ୍ୟା । ଲଗାତାର ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଏହି କାରଣରୁ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି । ଯାହାର ସୂଚନା ପ୍ରାଦେଶିକ ଅଧିକାରୀ ଦେଇଛନ୍ତି ।
ସୂଚନାନୁଯାୟୀ, ବିଶେଷ କରି ପାକିସ୍ତାନର ଖାଇବର ପଖତୁନଖ୍ବାରେ ଗତ ଦୁଇ ଦିନ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଯେଉଁଥି ପାଇଁ ବର୍ତ୍ତମାନ ମୃତ୍ୟୁହାର ୩୪୦ରେ ଆସି ପହଞ୍ଚିଛି । ଏହା ବ୍ୟତୀତ ଶହ ଶହ ମଧ୍ୟ ନିକୋଜ ଥିବା ଜଣା ପଡିଛି । ଯାହା ଚଳିତ ବର୍ଷର ଭୟଙ୍କର ମୌସୁମୀ ବୋଲି କୁହାଯାଉଛି ।
ଅନ୍ୟପଟେ ସହିତ ପାଣିପାଗ ବିଭାଗ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ ବୋଲି ସତର୍କ କରାଇଛି । ଯାହା ପରିସ୍ଥିତିକୁ ଅଧିକ ଖରାପ କରିଦେଇପାରେ ବୋଲି ଅନୁମାନ କରାଯାଉଛି ।