ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’ ଆରମ୍ଭ

add-all

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ସୂଚନାଯୋଗ୍ୟ ବିହାରର ୬୫ ଲକ୍ଷ ଭୋଟର ଏହି ତାଲିକାରୁ ବାଦ ପଡିଛନ୍ତି। ଏହି ତାଲିକା ଚୂଡାନ୍ତ ନୁହେଁ ବୋଲି ଇସି ଦାବି କରୁଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ନେଇ ବିତର୍କ ସୃଷ୍ଟି କରିଚାଲିଛି। ଚଳିତବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବ ବୋଲି ଅନୁମାନ କରାଯାଉଛି। ଏହି ଯାତ୍ରା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ।

ad-week
Leave A Reply

Your email address will not be published.