ପ୍ରେମୀ ଯୁଗଳକୁ ଉଦ୍ଧାର ବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

youtube

କଣ୍ଟାବାଞ୍ଜି: ହଟ୍ଟହଟ୍ଟା ହେଲେ ପୋଲିସ । ପ୍ରେମୀ ଯୁଗଳକୁ ଉଦ୍ଧାର କରିବା ସମୟରେ ଜନସାଧାରଣଙ୍କ ସହ ପୋଲିସର ଧସ୍ତାଧସ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ବିରିପାଲି ଗାଁରେ ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ବଙ୍ଗୋମୁଣ୍ଡା ପୋଲିସ ଉଦ୍ଧାର କରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ପୋଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଭିଡ଼ିଓରେ ବଙ୍ଗୋମୁଣ୍ଡା ଏସଆଇଙ୍କୁ କିଛି ଯୁବକ ଆକ୍ରମଣ କରୁଥିବା ବେଳେ ଏସଆଇ ବାବୁ ମଧ୍ୟ ଯୁବକଙ୍କୁ ଆକ୍ରମଣ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ , ଝିଅ ନିଖୋଜ ଥିବା ନେଇ ପରିବାର ଲୋକ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ପ୍ରେମୀଯୁଗଳଙ୍କୁ ଧରିବା ପାଇଁ ବିରୀପାଲି ଗାଁକୁ ଯାଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.