ଟ୍ରେନରୁ ୨୦ ପାର୍ସିଆନ ବିଲେଇ ଜବତ, ଦମ୍ପତି ଅଟକ

youtube

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ବାଇ ଶାଳୀମାର ଟ୍ରେନରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କଲିକତା ସାନ୍ତ୍ରାଗାଛିକୁ ନେଇ ଯାଉଥିଲେ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି  ।  ତେବେ ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।  ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି ।  ଚାଲାଣ ବିଲେଇ ପାର୍ସିଆନ ଜାତିର ହୋଇଥିବାରୁ ବନ୍ୟ ଜନ୍ତୁ ଆଇନ ଅଧୀନରେ ଆସୁନଥିବାରୁ ଏହାକୁ ବନ ଭିଭାଗ ନେଇନଥିଲା ।  ଫଳରେ ଏହି ଉଦ୍ଧାର ବିଲେଇଙ୍କୁ କୌଣସି ପଶୁପକ୍ଷୀ ପାଳୁଥିବା ସଂଗଠନକୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.