
ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାଘ ଖୋଜିବା ଆରମ୍ଭ କରିଛି ।