
ଭୁବନେଶ୍ୱର : ସୁସ୍ଥ ଅଛନ୍ତି ନବୀନ । ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଛନ୍ତି ନବୀନ । ଡିହାଇଡ୍ରେସନ ଜନିତ ଅସୁସ୍ଥତା ଯୋଗୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ଓ ଭଲ ଅନୁଭବ କରୁଛନ୍ତି ବୋଲି ନବୀନ ଏକ ଭିଡ଼ିଓରେ କହିଛନ୍ତି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ସୂଚନା ଅନୁସାରେ ନବୀନ ପଟ୍ଟନାୟଙ୍କୁ ଦେଖିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତା ମେଡିକାଲରେ ପହଞ୍ଚିଥିଲେ । ନବୀନଙ୍କ ସୁରକ୍ଷା ପାଇଁ ଘରୋଇ ହସ୍ପିଟାଲ ଆଗରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ଜୁନ୍ ମାସ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ସେଠାରେ ୨୦ ଦିନ ରହିବା ପରେ ଗତ ଜୁଲାଇ ୧୨ ତାରିଖରେ ନବୀନ ଭୁବନେଶ୍ୱର ଫେରିଥିଲେ ।