ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

youtube

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ସର୍ବାନନ୍ଦ ସୋନୋୱାଲଙ୍କ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେପି ନେତୃତ୍ୱାଧୀନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାମିଲନାଡୁର ସିପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରାଯାଇଛି। ରାଧାକୃଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି।

ତେବେ ସିପି ରାଧାକୃଷ୍ଣନଙ୍କ ଜନ୍ମ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ହୋଇଥିଲା। ସେ ବିଜନେସ ଆଡମିନିଷ୍ଟ୍ରେସନ ରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ପିଲାଦିନରୁ ଆରଏସଏସ ସହିତ ଜଡିତ ଥିଲେ। ସେ ୧୯୭୪ ମସିହାରେ ଜନ ସଂଘର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ହୋଇଥିଲେ। ୧୯୯୬ ମସିହାରେ ସେ ଭାଜା ତାମିଲନାଡୁର ସଚିବ ହୋଇଥିଲେ ଏବଂ ୧୯୯୮ ମସିହାରେ ପ୍ରଥମ ଥର ପାଇଁ କୋଏମ୍ବାଟୁରରୁ ଲୋକସଭା ସାଂସଦ ନିର୍ବାଚିତ ହେବା ସହ ୧୯୯୯ ରେ ସେ ପୁଣି ଥରେ ସାଂସଦ ଭାବରେ ଜିତ ହାସଲ କରିଥିଲେ। ତେବେ ସାଂସଦ ଥିବା ସମୟରେ ସେ ବୟନ ଶିଳ୍ପ ସଂସଦୀୟ କମିଟିର ଅଧ୍ୟକ୍ଷତା ମଧ୍ୟ କରିଥିଲେ।

୧୮ ଫେବୃଆରୀ ୨୦୨୩ରେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରେ ମାତ୍ର ଚାରି ମାସ ମଧ୍ୟରେ ସମସ୍ତ ୨୪ ଜିଲ୍ଲା ଗସ୍ତ କରି ଜନତା ଏବଂ ଅଧିକାରୀମାନଙ୍କୁ ଭେଟିଥିଲେ। ତେବେ ସେ ଗତ ୩୧ ଜୁଲାଇ ୨୦୨୪ ମସିହାରୁ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.