ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ: ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ

youtube

ଭୁବନେଶ୍ୱର :  ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ । ଧମକ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ ।  ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସୋସିଆଲ ମିଡିଆରେ ଧମକ ମିଳିଛି ।  ଧମକ ଦେଇଥିବା ବ୍ୟକ୍ତିଜଣକ ସତ୍ୟବ୍ରତ ନାୟକ ଓ ସେ ଜଣେ ଅଟୋମୋବାଇଲ ପ୍ରଫେସନାଲ ବୋଲି ଉଲ୍ଲେଖ କରିଛନ୍ତି ସୁଲତା ।  ଯଦି ଜଣେ ସାଂସଦଙ୍କୁ ଏଭଳି ଧମକ ମିଳୁଛି ତେବେ, ଓଡ଼ିଶାରେ ସାଧାରଣ ମହିଳା କିଭଳି ସୁରକ୍ଷିତ ଥିବେ ତାହା ଅନୁମାନ କରାଯାଇପାରୁଥିବ ବୋଲି ଏକ୍ସରେ ଲେଖିଛନ୍ତି ସୁଲତା ।  ଏହା ସହ ଧମକ ଦିଆଯାଇଥିବା ସୋସିଆଲ ମିଡିଆର ସ୍କ୍ରିନ ସଟ ସେୟାର କରିଛନ୍ତି ।  ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଡିଜିପି ଓଡ଼ିଶାଙ୍କୁ ଏକ୍ସରେ ଅବଗତ କରାଇଛନ୍ତି ।

Leave A Reply

Your email address will not be published.