ମୋଦିଙ୍କୁ ଫୋନ୍ ଯୋଗେ ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ବିଷୟରେ କଥା ହେଲେ ପୁଟିନ

youtube

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଟିନ ସୋମବାର ରାତିରେ ୟୁରୋପୀୟ ନେତା ଜେଲେନସ୍କିଙ୍କ ସହ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କ ଫୋନ ଆସିଥିଲା ଓ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ବୈଠକ ବାବଦରେ ସୂଚନା ପ୍ରଦାନ ପାଇଁ ଧନ୍ୟବାଦ । ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସବୁବେଳେ ଆହ୍ୱାନ କରିଛି ଓ ଏହି ପ୍ରସଙ୍ଗରେ ସବୁ ଉଦ୍ୟମକୁ ସମର୍ଥନ କରୁଛି । ମୁଁ ଆଗାମୀ ଦିନରେ ଆମର ନିରନ୍ତର ଆଦାନ-ପ୍ରଦାନ ନେଇ ଆଶା କରୁଛି ।’

ଟ୍ରମ୍ପ ଭାରତ ଉପରେ ରୁଷ ଠାରୁ ତେଲ କିଣିବା ପାଇଁ ୨୫ ପ୍ରତିଶତ ଅତିରିକ୍ତ ଜରିମାନା ଲଗାଇଛନ୍ତି। ଯେଉଁଥି ପାଇଁ ଏହି ମିଟିଂ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେବେ ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ପରେ ପୁଟିନ ମୋଦିଙ୍କୁ ଫୋନ କରିବାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି ।

Leave A Reply

Your email address will not be published.