ମୁମ୍ବାଇରେ ହାଇଆଲର୍ଟ: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ପାଇଁ ଜାରି ହେଲା ଆଡଭାଇଜରି

youtube

ମୁମ୍ବାଇ : ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାତାର ତୃତୀୟ ଦିନରେ ମୁମ୍ବାଇରେ ମୁଷଳଧାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି । ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଛୁଟି ଘୋଷଣା କରିଛି ପ୍ରଶାସନ । ପ୍ରବଳ ବର୍ଷା ପରେ ମୁମ୍ବାଇ ସହରରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ଜାମ୍ ଲାଗି ରହିଛି । ସବୁ ଟ୍ରେନ ବିଳମ୍ବରେ ଚାଲିଛି । ଫଳରେ ଗମନାଗମନ ପ୍ରଭାବିତ ହୋଇଛି ।

ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆପତ୍ତକାଳୀନ ସେବାଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ନ ହେଲେ ଘରୁ ନ ବାହାରିବାକୁ ଆଡଭାଇଜରି ଜାରି କରାଯାଇଛି ।

ଏ ସମ୍ପର୍କରେ ବୃହତନଗର ମ୍ୟୁନିସିପାଲ କର୍ପୋରେସନର ଲୋକସମ୍ପର୍କ ଅଧିକାରୀ (ପିଆରଓ) ସୂଚନା ଦେଇଛନ୍ତି । ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପାଣି ଜମି ରହିବା ଯୋଗୁଁ ଅନ୍ଧେରୀ ସବୱେ ବନ୍ଦ ହୋଇଯାଇଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) ଅନୁଯାୟୀ, ଗତ ରାତିରୁ ଲଗାତାର ବର୍ଷା, ଭୂସ୍ଖଳନ ଏବଂ ରାସ୍ତା ଅବରୋଧ ଯୋଗୁଁ ଗତ ଅଗଷ୍ଟ ୧୪ ତାରିଖରେ ହିମାଚଳ ପ୍ରଦେଶର ଜୁବଲ ଉପ-ବିଭାଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା ।

Leave A Reply

Your email address will not be published.