ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଅଘଟଣ, ରଥ ସହିତ ବିଦ୍ୟୁତ ତାର ଲାଗିବାରୁ ୫ ମୃତ

youtube

ହାଇଦ୍ରାବାଦ : ହାଇଦ୍ରାବାଦର ରାମନ୍ଥପୁର ଅଞ୍ଚଳରେ ବଡ଼ ଅଘଟଣ । ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ଘଟଣାଟି ରାମନ୍ଥପୁର ଅଞ୍ଚଳର ଗୋପାଳ ନଗରରେ ହୋଇଛି ।

ଖବର ମୁତାବକ, ରାମନ୍ଥପୁର ଗୋପାଳ ନଗରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଏଥିରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । ଖୁସିର ମାହୋଲ ହଠାତ୍ ଦୁଃଖରେ ପରିଣତ ହୋଇଯାଇଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାରେ ପୋଲିସ କହିଛି କି, ଜନ୍ମାଷ୍ଟମୀ ଶୋଭାଯାତ୍ରା ଚାଲିଥିବା ବେଳେ କରେଣ୍ଟ ଲାଗିବାରୁ ୫ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଏହାସହିତ ଅନ୍ୟ ୪ ଜଣ ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଘଟଣାକୁ ନେଇ ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟୀ ରାମାରାଓ ଦୁଃଖ ପ୍ରକାଶ କରିଛନ୍ତି । ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ ।

Leave A Reply

Your email address will not be published.