
ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଗ୍ରୀସରୁ ଜର୍ମାନୀ ଯାଉଥିବାବେଳେ କଣ୍ଡୋର ଏୟାରୱେଜ୍ ଫ୍ଲାଇଟର ଡାହାଣ ଇଞ୍ଜିନରୁ ନିଆଁ ବାହାରିଥିଲା । ଫଳରେ ଜରୁରୀକଳୀନ ଅବତରଣ କରାଯାଇଥିଲା । ଅଘଟଣ ସମୟରେ ଫ୍ଲାଇଟରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ମିଳୁଛି ।
ସୂଚନାନୁଯାୟୀ, ବିମାନରେ ନିଆଁ ଲାଗିବା ଫଳରେ ଜର୍ମାନୀ ଯିବା ପରିବର୍ତ୍ତେ ବ୍ରାଣ୍ଡିସି ଯିବାକୁ ନିଷ୍ପତ୍ତି ନେଇଥିଲେ ବିମାନ କର୍ମଚାରୀ । କର୍ଫୁ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ବିମାନଟି ଇଞ୍ଜିନ୍ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ଯାତ୍ରୀ ଏବଂ କର୍ମଚାରୀଙ୍କ ଜୀବନକୁ ବିପଦରେ ପକାଇଥିଲା । ଯାହା ଦ୍ବାରା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ପାଇଲଟ ବୁଦ୍ଧି ଲଗାଇ ପ୍ରୋଟୋକଲକୁ ଅନୁସାରେ ଇଞ୍ଜିନକୁ ବନ୍ଦ କରିବା ସତ୍ତ୍ବେ ମଧ୍ୟ ନିଆଁ ବ୍ୟାପିଚାଲିଥିଲା । ଫଳରେ ଜରୁରୀକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ସତର୍କତା ଜାରି କରାଯାଇଥିଲା । ନିରାପଦ ଥିବା ସ୍ପଷ୍ଟ ହୋଇଛି । ବିମାନଟି ସୁରକ୍ଷିତ ଭାବରେ ବ୍ରିଣ୍ଡିସିରେ ଅବତରଣ କରିବା ପରେ, ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ନିକଟସ୍ଥ ବାସସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଉତ୍ତେଜନା ପରିସ୍ଥିତି ସତ୍ତ୍ବେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରେ କୌଣସି ଆହତ ହୋଇଥିବା ରିପୋର୍ଟ ହୋଇନାହିଁ ।