
ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା । ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି ।
ଏଥିସହ ଏହି ରୁଟ୍ରେ ଇଣ୍ଡିଗୋ ବିମାନ ସପ୍ତାହକୁ ତିନି ଥର ଚଳାଚଳ କରୁଥିଲା । ‘ଏରୋରୁଟ୍ସ’ର ସଂଶୋଧିତ ବିମାନ ନିର୍ଘଣ୍ଟରେ ଇଣ୍ଡିଗୋର ଭୁବନେଶ୍ବର-ଦୁବାଇ ରୁଟ୍ର ନାମ ନଥିବାରୁ କମ୍ପାନି ଏହି ସେବା ବନ୍ଦ କରୁଥିବା ଆଶଙ୍କା କରାଯାଉଛି । ତେବେ ଦୁବାଇ ଯିବାକୁ ଚାହୁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। ଅନ୍ୟଥା ସେମାନେ ଭୁବନେଶ୍ବରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ ।