ନଭେମ୍ବରରୁ ବଣ୍ଟା ହେବ ପିଏମ୍‌-ଆବାସ : ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମିଳିବ ଘର

add-all

ଭୁବନେଶ୍ବର: ଆସନ୍ତା ନଭେମ୍ବର ମାସରେ ପିଏମ୍‌ ଆବାସ ଯୋଜନାରେ ଘର ଆବଣ୍ଟନ ହେବ। ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି,  ପୂର୍ବରୁ ଯେଉଁ ବର୍ଗର ଲୋକ ଘର ପାଉନଥିଲେ ସେମାନଙ୍କୁ ବି ଏଥର ଘର ମିଳିବ। ବାପ-ପୁଅ, ଭାଇ-ଭାଇ ଭିନ୍ନ ହୋଇ ଅଲଗା ରହୁଥିଲେ ବି ସମସ୍ତେ ଯଦି ଘର ପାଇବାକୁ ଯୋଗ୍ୟ ହୋଇଥିବେ ତେବେ ସମସ୍ତଙ୍କୁ ଘର ମିଳିବ। ଏହାସହ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଅଗ୍ରାଧିକାର ଭିତ୍ତିରେ ଘର ମିଳିବ। 

ସେହିପରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏହି ଅବସରରେ ବାସହରାମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ବଣ୍ଟାଯିବ। ଏଥିପାଇଁ ହିତାଧିକାରୀ ତାଲିକା ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ହେବ। ମନ୍ତ୍ରୀ ଶ୍ରୀ ନାଏକ ଆଜି ପିଏମ୍‌-ଅାବାସରେ ଘର ମିଳିବ ବୋଲି କହିଥିଲେ ବି କେତେ ହିତାଧିକାରୀଙ୍କୁ ଘର ବଣ୍ଟା ହେବ କହିନାହାନ୍ତି। ପି-ଏମ୍‌ ଆବାସରେ ଘର ପାଇଁ ସାରା ରାଜ୍ୟରେ ପ୍ରାୟ ୨୫ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିବା ବେଳେ ଓଡ଼ିଶା ଭାଗରେ କେତେ ଘର ପଡ଼ୁଛି ତାହାକୁ ଅପେକ୍ଷା।

ad-week
Leave A Reply

Your email address will not be published.