ପକ୍ଷୀମାଡ଼ ଯୋଗୁଁ ବିମାନେର ଲାଗିଲା ନିଆଁ, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୩୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ

ପୁଣି ବର୍ତ୍ତିଗଲା ବଡ଼ ବିମାନ ଦୁର୍ଘଟଣା । ବଞ୍ଚିଗଲା ୩୦୦ ଯାତ୍ରୀଙ୍କ ଜୀବନ । ଉଡ଼ାଣ ଭରିବାର କିଛି ସମୟ ଭିତରେ ବିମାନରେ ଲାଗିଗଲା ନିଆଁ । ଏହି ଘଟଣାର ୧୮ ସେକେଣ୍ଡର ଭିଡିଓ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକ ଭୟଭୀତ ହୋଇଛନ୍ତି ।
ଖବର ମୁତାବକ, ଗ୍ରୀସରୁ କର୍ଫୁରୁ ଉଡ଼ାଣ ଭରିଥିବା କଣ୍ଡୋର ଏୟାରଲାଇନ୍ସର ବୋଇଂ ୭୫୭-୩୦୦ ବିମାନ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନରେ ୨୭୩ ଯାତ୍ରୀଙ୍କ ସହିତ ୮ ଜଣ କ୍ରୁ ସଦସ୍ୟ ଥିଲେ । ବିମାନର ଗୋଟିଏ ଇଂଜିନିରେ ନିଆଁ ଲାଗିଯାଇଥିବା ବେଳେ ପାଇଲଟ କେବଳ ଗୋଟିଏ ଇଂଜିନରେ ବିମାନକୁ ଜରୁରୀ ଅବତରଣ କରିଥିଲେ । ବିମାନ ଉଡ଼ାଣ ଭରିବାର ୧ ଘଣ୍ଟା ଉଡ଼ାଣ ଭରିବା ପରେ ପାଇଲଟ ଇଟାଲୀର ବ୍ରିଡିଂସରେ ଜରୁରୀ ଅବତରଣ କରିଥିଲା ।
ଏହି ଘଟଣାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ୧୮ ସେକେଣ୍ଡର ଏହି ଭିଡିଓରେ ବିମାନର ଡାହାଣ ଇଂଜିନ ନିକଟରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଇଂଜିନ ପକ୍ଷୀମାଡ଼ ଯୋଗୁଁ ହୋଇଥିବା ଅନୁମାନ କୁହାଯାଉଛି ।
ବିମାନଟି ଶନିବାର ରାତି ୮.୧୯ ମିନିଟରେ କର୍ଫୁ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା । ପ୍ରାୟ ୪୩ ମିନିଟ ଉଡ଼ାଣ ଭରିବା ପରେ ବ୍ରିଡିଂସର କାସାଲେ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା । ପାଇଲଟ ପ୍ରଥମେ କର୍ଫୁ ବିମାନବନ୍ଦରକୁ ଫେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୋଟିଏ ଇଂଜିନ ଚାଲୁଥିବାରୁ ଅନ୍ୟ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲେ ।
ତେବେ ବିମାନଟି ଜରୁରୀ ଅବତରଣ କରିବା ପରେ ଯାତ୍ରୀମାନେ ରାତିରେ ବ୍ରିଡିଂସ ଏୟାରପୋର୍ଟରେ ରହିଥିଲେ । ଏହି ସହରରେ ହୋଟେଲର ଅଭାବ ରହିଛି । ଏହି ଘଟଣା ପରେ କେଣ୍ଡାର ଏୟାରଲାଇନ୍ସ ପକ୍ଷରୁ କ୍ଷମା ମଗାଯାଇଥିଲା ।