ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅନ୍ତରୀକ୍ଷରୁ ଆଣିଥିବା ଫଟୋ ଉପହାର ଦେଲେ ଶୁଭାଂଶୁ ଶୁକ୍ଲା

youtube

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଶୁଭାଂଶୁଙ୍କୁ ଭେଟିଛନ୍ତି । ଆକ୍ସିଅମ-୪ ମହାକାଶ ମିଶନରୁ ଫେରି ସୁସ୍ଥ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଶୁଭାଂଶୁ । ମୋଦିଙ୍କୁ ଭେଟିବା ପରେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫକୁ ଦେଇଥିଲେ ଶୁଭାଂଶୁ ।

ପ୍ରଥମେ ମୋଦି ଶୁଭାଂଶୁଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ସହିତ ତାଙ୍କ କାନ୍ଧରେ ହାତ ରଖି ତାଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ସିୟମ-୪ ମିଶନ ପ୍ୟାଚ୍ ଦେଇଥିଲେ ଏବଂ ISSରୁ ଉଠାଯାଇଥିବା ପୃଥିବୀର ଫଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଉଭୟଙ୍କ ସାକ୍ଷାତକାରର ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘‘ଶୁଭାଂଶୁ ଶୁକ୍ଳାଙ୍କ ସହ ଏକ ଭଲ ଆଲୋଚନା ହୋଇଥିଲା । ଆମେ ମହାକାଶରେ ତାଙ୍କର ଅଭିଜ୍ଞତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ପ୍ରଗତି ଏବଂ ଭାରତର ମହତ୍ୱାକାଂକ୍ଷୀ ଗଗନଯାନ ମିଶନ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ । ଭାରତ ତାଙ୍କ ସଫଳତା ପାଇଁ ଗର୍ବିତ ” ।

ପୂର୍ବରୁ ରବିବାର ଭାରତ ଫେରିଥିବା ଶୁଭାଂଶୁଙ୍କୁ ଶୁକ୍ଲାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସୋମବାର ଶୁଭାଂଶୁଙ୍କୁ ଲୋକସଭାରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଲୋକସଭାରେ ଆକ୍ସିଅପ-୪ ମିଶନ ସଫଳତା ପାଇଁ ଶୁଭାଂଶୁଙ୍କୁ ଅନେକ ପ୍ରଶଂସା କରାଯାଇଥିଲା ।

ଶୁଭାଂଶୁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯାଇଥିବା ଦ୍ବିତୀୟ ଭାରତୀୟ । ଶୁଭାଂଶୁ ଜୁଲାଇ ୧୬ରେ ମିଶନ ଜାରି ପ୍ଥିବୀକୁ ଫେରିଥିଲେ । ଏହାପରେ ସେ ଆମେରିକାର ରିହାବିଲିଟେସନରେ ରହିଥିଲେ । ପାଖାପାଖି ମାସେ ରହିବା ପରେ ୧୭ ଅଗଷ୍ଟରେ ଦିଲ୍ଲୀ ଫେରିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମେତ ଅନେକ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.