
ଆଳି : ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ । କେନ୍ଦ୍ରାପଡା ଜିଲ୍ଲା ଆଳିର ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି ଋଣ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁ ସମବାୟ ସମିତିର ଚାଷୀ ବିରେନ୍ଦ୍ର ନାଥଙ୍କୁ ଦେଢ଼ଲକ୍ଷ ଟଙ୍କା ଋଣ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧୀରେନ୍ଦ୍ରଙ୍କୁ ଧରିଥିଲା । ଭିଜିଲାନ୍ସ ଧୀରେନ୍ଦ୍ରଙ୍କ ଘର ଓ Pacs ଉପରେ ଚଢ଼ାଉ ଜାରି ରଖିଛି ।