ରାଜଧାନୀ ଏକ୍ସପ୍ରେସ୍‌ର ଗୁଣବତ୍ତା ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

youtube

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩)ରେ ଅନ୍‌-ବୋର୍ଡ ଯାଞ୍ଚ କରିଛନ୍ତି। ସମସ୍ତ ଯାତ୍ରୀଙ୍କ ପାଇଁ ଏକ ଆରାମଦାୟକ ଓ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯାତ୍ରୀଙ୍କ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଓ ସେବା ଗୁଣବତ୍ତା ଯାଞ୍ଚ କରିଥିଲେ। ଏଥିସହ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍‌ ଭଦ୍ରକ ରେଳଷ୍ଟେସନ୍ ନିରୀକ୍ଷଣ କରି ଯାତ୍ରୀଙ୍କ ସୁବିଧା, କ୍ରିୟୁ ଲବି ଓ ଷ୍ଟେସନ୍ ୟାର୍ଡର ସମୀକ୍ଷା କରିଛନ୍ତି।

ସ୍ୱଚ୍ଛତାର ଉଚ୍ଚ ମାନଦଣ୍ଡ ବଜାୟ ରଖିବା, ସୁରକ୍ଷା ପ୍ରୋଟୋକଲ୍ ଲାଗୁ ଏବଂ ଷ୍ଟେସନ୍ ପରିଚାଳନାର ସାମଗ୍ରିକ ଦକ୍ଷତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ଏହି ଗସ୍ତ କର୍ମଚାରୀ ଓ ପର୍ଯ୍ୟବେକ୍ଷକଙ୍କ ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.