ଘାଟି ତଳକୁ ଖସିଲା ଜିପ, ୧୫ ଯାତ୍ରୀ ଗୁରୁତର

youtube

ମାଲକାନଗିରି: ଘାଟି ତଳକୁ ଖସି ପଡିଲା ଜିପ ।  ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ଅଳ୍ପେକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ ।  କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାୟାପଡା ଘାଟି ତଳକୁ ଖସି ପଡିଲା କମାଣ୍ଡର । ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ଆହତଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଏବେ ବି କମାଣ୍ଡର ଭିତରେ କିଛି ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି ।  ପୋଲିସ ଘଟଣାର ତଦନ୍ତ କରିବା ସହ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.