ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

youtube

ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସାଇ ସ୍ମୃତି ରଞ୍ଜନ ଜେନା । ଦୁଇ ଦିନ ତଳେ ନଦୀକୁ ଡେଇଁ ପଡ଼ିଥିଲେ ଛାତ୍ର ।

ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିଲା । ଆଜି ସକାଳୁ ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠେଇଛନ୍ତି ।

Leave A Reply

Your email address will not be published.