ଭୁବନେଶ୍ବର ଏୟାରପୋର୍ଟରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ

youtube

ଭୁବନେଶ୍ୱର : ୪ କୋଟିର ମାରିଜୁଆନା ଜବତ। ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ କଲା DRI। ପ୍ରେମୀ ଯୁଗଳ ଚାଲାଣ କରୁଥିଲେ। ବ୍ୟାଙ୍କକରୁ ଭୁବନେଶ୍ବର ଆସିଲାବେଳେ କଷ୍ଟମ ବିଭାଗ ପ୍ରେମୀଯୁଗଳଙ୍କୁ ଅଟକ ରଖିଛି। ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୂର୍ବରୁ ଏକାଧିକ ଥର ଏୟାରପୋର୍ଟରୁ ଜବତ ହୋଇଥିଲା ମାରିଜୁଆନା।

ସେହିପରି ଗତକିଛି ଦିନ ତଳେ ଭୁବନେଶ୍ବର ବିମାନବନ୍ଦରରୁ ୮ କେଜିର ମାରିଜୁଆନା ଜବତ କରିଥିଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିଲା ।କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ।

Leave A Reply

Your email address will not be published.