ବେଜିଂରେ ନିର୍ମାଣଧୀନ ପୋଲ ଭୁଶୁଡି ୧୨ ମୃତ ୪ ନିଖୋଜ

youtube

ବେଜିଂ : ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚୀନର ନିର୍ମାଣାଧୀନ ଏକ ରେଳ ପୋଲ ଭୁଶୁଡ଼ି ପଡ଼ି ୧୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ ରହିଛନ୍ତି । ଏପରି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି କିଙ୍ଗହାଇରେ ଦେଖିବାକୁ ମିଳିଛି । ଯାହା ଚୀନର ନିର୍ମାଣ ସାମଗ୍ରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ ଦେଇଥିବା ଯୁଦ୍ଧାସ୍ତ୍ର ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା । ଯାହାକି ଚୀନରେ ନିର୍ମିତ ସାମଗ୍ରୀ ଉପରେ ପ୍ରଶ୍ନ ଉଠିଛି । ଆଜିର ନିର୍ମାଣଧୀନ ପୋଲ ଭୁଶୁଡିବା ମଧ୍ୟ ଏହାର ଏକ ପ୍ରମାଣ ।

ସୂଚନାନୁଯାୟୀ, ଏହି ସେତୁ ଏକ ରେଳ ପ୍ରକଳ୍ପର ଏକ ଅଂଶ ଯାହା ପଶ୍ଚିମ ଚୀନର ଦୁର୍ଗମ ଅଞ୍ଚଳକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିବା ପାଇଁ ଡିଜାଇନ୍ କରାଯାଉଥିଲା । ଯେଉଁ ସେତୁଟି ୧.୬ କିଲୋମିଟର ଲମ୍ବା ଏବଂ ନଦୀ ପୃଷ୍ଠରୁ ପ୍ରାୟ ୫୫ ମିଟର (୧୮୦ ଫୁଟ) ଉଚ୍ଚ । ଏହି ସେତୁ ନିର୍ମାଣ ପାଇଁ ୧୬ ଜଣ ଶ୍ରମିକ କାମ କରୁଥିଲେ । ଏହି ସମୟରେ ଏକ ଷ୍ଟିଲ୍ କେବୁଲ୍ ଭାଙ୍ଗି ଯାଇଥିଲା । ଫଳରେ ସେଠାରେ କାମ କରୁଥିବା ସମସ୍ତ ଶ୍ରମିକ ୟେଲୋ ନଦୀରେ ପଡ଼ି ଯାଇଥିଲେ ଏବଂ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଡଙ୍ଗା, ହେଲିକପ୍ଟର ଏବଂ ପାଣି ତଳେ ରୋବୋଟ୍ ସାହାଯ୍ୟରେ ନିଖୋଜ ଶ୍ରମିକମାନଙ୍କୁ ଖୋଜା ଚାଲିଛି । ଏପର୍ଯ୍ୟନ୍ତ ୧୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୪ ଜଣ ନିଖୋଜ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି ।

ଅନ୍ୟପଟେ ଅଧିକାରୀମାନେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି । କିନ୍ତୁ ନଦୀର ଗଭୀରତା ଏବଂ ପ୍ରବଳ ସ୍ରୋତ ଯୋଗୁଁ ସନ୍ଧାନ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ସହିତ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଏହାରି ମଧ୍ୟରେ ପ୍ରଶାସନ ପୀଡିତ ପରିବାରକୁ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି ।

Leave A Reply

Your email address will not be published.