
ନୂଆଦିଲ୍ଲୀ: ଡାକ ବିଭାଗ ୩୦ ଜୁଲାଇ, ୨୦୨୫ ରେ ଯୁକ୍ତରାଷ୍ଟ୍ର ସରକାର ଦ୍ୱାରା ଜାରିକୃତ କାର୍ଯ୍ୟାଦେଶ ସଂଖ୍ୟା ୧୪୩୨୪କୁ ଧ୍ୟାନରେ ନେଇଛି । ଏହି ଆଦେଶାନୁସାରେ, ୨୯ ଅଗଷ୍ଟ ୨୦୨୫ ରୁ USD ୮୦୦ ପର୍ଯ୍ୟନ୍ତ ମୂଲ୍ୟର ପଣ୍ୟ ପାଇଁ ରହିଥିବା ଶୁଳ୍କମୁକ୍ତ “ଡି-ମିନିମିସ୍”ଛାଡ଼କୁ ବିଲୋପ କରାଯିବ । ଏହାର ପରିଣାମରୂପେ, ଆମେରିକାକୁ ପଠାଯାଇଥିବା ସମସ୍ତ ଆନ୍ତର୍ଜାତୀୟ ଡାକୀୟ ସାମଗ୍ରୀ, ସେଥିରେ ମୂଲ୍ୟ କେତେ ବି ହେଉ, IEEPA (International Emergency Economic Power Act) ଅନୁଯାୟୀ ଶୁଳ୍କ ଅଧୀନରେ ପଡିବ । ତଥାପି, USD ୧୦୦ ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀ ଶୁଳ୍କରୁ ମୁକ୍ତ ରହିବ ।
କାର୍ଯ୍ୟାଦେଶ ଅନୁସାରେ, ଆନ୍ତର୍ଜାତୀୟ ଡାକ ଜାଳିକା ମାଧ୍ୟମରେ ପ୍ରେଷଣ କରୁଥିବା ବିମାନ ବାହକ ସଂସ୍ଥାଗୁଡ଼ିକ କିମ୍ବା U.S. CBP ଦ୍ୱାରା ଅନୁମୋଦିତ “ଯୋଗ୍ୟ ପକ୍ଷଗୁଡ଼ିକ”କୁ ପୋଷ୍ଟାଲ୍ ପ୍ରେଷଣରୁ ଶୁଳ୍କ ଆଦାୟ କରି ସରକାରଙ୍କୁ ଦେବାକୁ ପଡିବ । ୧୫ ଅଗଷ୍ଟ ୨୦୨୫ ରେ CBP କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ “ଯୋଗ୍ୟ ପକ୍ଷ” ଚିହ୍ନଟ, ଶୁଳ୍କ ଆଦାୟ ଓ ଦାଖଲ ପ୍ରଣାଳୀ ସମ୍ପର୍କରେ ପ୍ରମୁଖ ପ୍ରକ୍ରିୟାଗୁଡ଼ିକ ସ୍ପଷ୍ଟ ନୁହେଁ । ଏହାର ପରିଣାମରେ, U.S. bound air carriers (ଆମେରିକାଗାମୀ ବିମାନ ବାହକ) ଅପରେସନାଲ୍ ଓ ପ୍ରାୟୋଗିକ ପ୍ରସ୍ତୁତିର ଅଭାବ ଦେଖାଇ ୨୫ ଅଗଷ୍ଟ ୨୦୨୫ ପରେ ଡାକୀୟ ସାମଗ୍ରୀ ଗ୍ରହଣ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି ।
ଏହି ପରିସ୍ଥିତିରେ, ଡାକ ବିଭାଗ ୨୫ ଅଗଷ୍ଟ ୨୦୨୫ ରୁ ଆମେରିକାଗାମୀ ସମସ୍ତ ପ୍ରକାର ଡାକୀୟ ସାମଗ୍ରୀର ବୁକିଂକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । କେବଳ ପତ୍ର/ଦଲିଲ ଓ USD ୧୦୦ପର୍ଯ୍ୟନ୍ତ ମୂଲ୍ୟର ଉପହାର ସାମଗ୍ରୀକୁ ଛାଡ଼ ଦିଆଯିବ ଏବଂ ଏଗୁଡ଼ିକୁ CBP ଓ USPS ପକ୍ଷରୁ ପୁନର୍ବାର ସ୍ପଷ୍ଟତା ମିଳିବା ପର୍ଯ୍ୟନ୍ତ ଆମେରିକାକୁ ପଠାଯିବ ।
ଡାକ ବିଭାଗ ସମସ୍ତ ସମ୍ପୃକ୍ତ ପକ୍ଷ ସହିତ ସମନ୍ୱୟ ରଖି ସମସ୍ତ ପରିସ୍ଥିତିକୁ ନିକଟରୁ ନଜର ରଖୁଛି ଓ ସବୁଠାରୁ ଶୀଘ୍ର ସାଧାରଣ ସେବା ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛି ।
ସମସ୍ତ ଗ୍ରାହକ ଆଗରୁ ଏମିତି ଡାକୀୟ ସାମଗ୍ରୀ ବୁକ୍ କରିଥିବେ ଯାହାକି ବର୍ତ୍ତମାନ ଆମେରିକାକୁ ପଠାଯାଇପାରିବ ନାହିଁ । ସେମାନେ ଡାକ ଶୁଳ୍କର ଫେରୋତି ଚାହିଁପାରିବେ । ଡାକ ବିଭାଗ ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଗଭୀର ଦୁଃଖ ପ୍ରକାଶ କରୁଛି ଏବଂ ଶୀଘ୍ରତମ ସମୟରେ ଆମେରିକାକୁ ପୂର୍ଣ୍ଣ ସେବା ପୁନରାରମ୍ଭ ପାଇଁ ସମସ୍ତ ପ୍ରୟାସ ହେଉଥିବାର ଆଶ୍ୱାସନା ଦେଇଛି ।