ଅଡ଼ୁଆ ଜାଲରେ ଅନୀଲ ଅମ୍ବାନୀ, ଘର, ଅଫିସ୍ ସମେତ ୬ ସ୍ଥାନରେ ସିବିଆଇ ରେଡ୍

youtube

ମୁମ୍ବାଇ: ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି  ସିବିଆଇ ।  ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।  ୧୭  ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ ।  ସକାଳ ୭ଟାରୁ ରେଡ୍ ଜାରି ରହିଛି । ଏହି ଅପରେସନରେ ସିବିଆଇର ୭ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି ।

ସୂଚନାନୁଯାୟୀ, ସିବିଆଇ ଅଧିକାରୀମାନେ ପ୍ରାୟ ସକାଳ ୭ଟାରୁ ୮ଟା ମଧ୍ୟରେ କଫ୍ ପରେଡ୍ ସିୱିଣ୍ଡ ନିକଟରେ ଥିବା ତାଙ୍କ ଘରେ ପହଞ୍ଚିଥିଲେ । ସିବିଆଇ ଚଢାଉ ସମୟରେ ଅନୀଲ ଅମ୍ବାନୀଙ୍କ ସମେତ ତାଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଇଡି ଅନୀଲ ଅମ୍ବାନୀଙ୍କୁ ପଚରାଉଚରା କରିଥିଲା । କିନ୍ତୁ ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ଅନୀଲଙ୍କ ଅଡୁଆ ବଢିବାରେ ଲାଗିଛି । ଏହା ବ୍ୟତୀତ ସିବିଆଇ ଅନୀଲ ଅମ୍ବାନୀଙ୍କ ଘର ଏବଂ ବ୍ୟାଙ୍କ ଋଣ ମାମଲାର କାଗଜପତ୍ର ଯାଞ୍ଚ କରାଯାଉଛି । ୟସ ବ୍ୟାଙ୍କ ଓ ଅନୀଲ ଅମ୍ବାନୀଙ୍କ କମ୍ପାନି ମଧ୍ୟରେ ହୋଇଥିବା ନେଣଦେଣର ଦସ୍ତାବିଜ ମଧ୍ୟ ଖୋଜୁଛି  ସିବିଆଇ ।

ଅନ୍ୟପଟେ ଚଢାଉ ପୂର୍ବରୁ, ସିବିଆଇ ଦୁଇଟି ଏଫଆଇଆର ଦାଖଲ କରିଥିଲା । ଚଢାଉ ସମ୍ପର୍କରେ ଅଧିକାରୀମାନେ ପିଟିଆଇକୁ କହିଛନ୍ତି ଯେ, ସିବିଆଇ ଶନିବାର ରିଲାଏନ୍ସ କମ୍ୟୁନିକେସନ୍ସର ପ୍ରମୋଟରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏଥି ସହିତ ଏକ କଥିତ ବ୍ୟାଙ୍କ ଠକେଇ ମାମଲାରେ ଏହାର କାର୍ଯ୍ୟାଳୟଗୁଡ଼ିକରେ ତଲାସ ଚଳାଇଛି । ଏହି ତଲାସ ଏସବିଆଇର ୩୦୭୩ କୋଟି ଟଙ୍କାର କ୍ଷତି ସହିତ ମଧ୍ୟ ଜଡିତ ।

Leave A Reply

Your email address will not be published.