
ପାଟନା : ବିହାରର ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଟୋ ଏବଂ ଏକ ଅଜଣା ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ଅଟୋ ଭାଙ୍ଗିରୁଜି ଚୁନା ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତରେ ବ୍ୟସ୍ତ ରହିଛି ।
ସୂଚନାନୁଯାୟୀ, ନାଳନ୍ଦା ଜିଲ୍ଲାର ହିଲସା ଥାନା ନିକଟରେ ଥିବା ରେରା ମାଲାମା ଗାଁର ବାସିନ୍ଦାମାନେ ଏକ ଅଟୋରେ ପାଟନା ଆସିଥିଲେ । ସେମାନଙ୍କୁ ଗଙ୍ଗାରେ ଗାଧୋଇବାକୁ ପଡ଼ିଥିଲା । ଯାତ୍ରୀ ଭର୍ତ୍ତି ଅଟୋଟି ଅଲଟ୍ରାଟେକ୍ କାରଖାନା ନିକଟରେ ପହଞ୍ଚିବା ପରେ ସିଧାସଳଖ ଏକ ଅଜଣା ଗାଡ଼ି ସହିତ ଧକ୍କା ହୋଇଥିଲା । ଯାହାର ସୂଚନା ସ୍ଥାନୀୟ ଲୋକ ଦେଇଛନ୍ତି । ସେହି ଅଟୋରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏପରି ଦୁର୍ଘଟଣା ପାଟନାର ଶାହଜାହାନପୁର ଥାନା ଅଞ୍ଚଳରେ ଶନିବାର ଅର୍ଥାତ୍ ଆଜି ସକାଳେ ଘଟିଥିବା ଜଣାପଡିଛି । ଏଥି ସହିତ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର ହସ୍ପିଟାଲରେ ପ୍ରାଣ ଯାଇଛି । ବର୍ତ୍ତମାନ ଆହତ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ମୃତକଙ୍କ ମଧ୍ୟରେ ସାତ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।
ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଛି । ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ବିଷୟରେ ପୋଲିସ ଏବଂ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ସୂଚନା ପାଇବା ମାତ୍ରେ ଦାନିଆୱାନ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ପୋଲିସ କହିଛି ଯେ ଫେରାର ଟ୍ରକ୍ ଡ୍ରାଇଭରଙ୍କୁ ଖୋଜା ଚାଲିଛି ଏବଂ ସିସିଟିଭି ଫୁଟେଜ୍ ସ୍କାନ କରାଯାଉଛି ।