
ବାରଙ୍ଗ : ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି । ଧଳା ବାଘୁଣୀ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ସହ ମିଳନରୁ ଗତ ଜୁନ ୭ ତାରିଖରେ ଦୁଇଟି ଶାବକ ଜନ୍ମ ନେଇଥିଲେ । ୧୧ ଜୁନରେ ଏହି ଅଣ୍ଡିରା ଶାବକତି ଶାବକଟି କ୍ଷୀର ପାନ କରିପାରି ନଥିଲା ଏବଂ ଏହାକୁ ଚିଡ଼ିଆଖାନାର ପ୍ରାଣୀ ଶିଶୁ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଛୁଆଟିର ନାଭିରେ ସଂକ୍ରମଣ, ଶରୀରର ତାପମାତ୍ରା କମ ଏବଂ ସାଧାରଣ ଦୁର୍ବଳତାରେ ପୀଡିତ ଥିବା ଜଣାପଡିଥିଲା । ଏହାକୁ ଏକ ଇନକ୍ୟୁବେଟରରେ ରଖାଯାଇଥିଲା ଏବଂ ଅକ୍ସିଜେନ, ଇନଫ୍ରାରେଡ ଥେରାପି ଏବଂ କ୍ଷୀର ଦିଆଯାଇଥିଲା । ଏହାର ଅଙ୍ଗ ଅବସ୍ଥା ଉନ୍ନତ କରିବା ପାଇଁ ପ୍ରତିଦିନ ଫିଜିଓଥେରାପି ଏବଂ ବ୍ୟାଣ୍ଡେଜ୍ ସହାୟତା ମଧ୍ୟ ଦିଆଯାଇଥିଲା । ବିଶେଷଜ୍ଞ ପଶୁଚିକିତ୍ସକଙ୍କ ଦ୍ୱାରା ନିରନ୍ତର ଯତ୍ନ ଏବଂ ବାରମ୍ବାର ଯାଞ୍ଚ ସତ୍ତ୍ୱେ, ଛୁଆଟି ଠିଆ ହୋଇ ପାରିଲା ନାହିଁ ଏବଂ ଏକ ଅସ୍ଥିର ଅବସ୍ଥାରେ ରହିଥିଲା । ସପ୍ତାହ ଧରି, ସବୁବେଳେ ପଡ଼ି ରହିବା ଯୋଗୁଁ ଏହାର ମଳରେ ରକ୍ତ, କାନ ସଂକ୍ରମଣ ଏବଂ ଶରୀରରେ କ୍ଷତ ମଧ୍ୟ ଭୋଗୁଥିଲା ।
ଏହି ସମସ୍ତ ଅବସ୍ଥା ଔଷଧ ଏବଂ ଡ୍ରେସିଂ ଦ୍ୱାରା ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି। ମୌସୁମୀର ଅନ୍ୟ ମାଈ ସାଧାରଣ ରଙ୍ଗର ବାଘ ଛୁଆଟିର ମଧ୍ୟ ଡାହାଣ ପଛ ଅଙ୍ଗରେ ଜନ୍ମଗତ ସମସ୍ୟା ରହିଛି । ଏହାର ଆର୍ଥ୍ରାଇଟିସ୍ ଏବଂ ସନ୍ଧି ଫ୍ୟୁଜଡ୍ (ଆଙ୍କାଇଲୋସିସ୍) ଅଛି । ତେଣୁ ଏହାର ଚଳିବାରେ ସମସ୍ୟା ହେଉଛି । ଉଭୟ ଶାବକଙ୍କ ଜନ୍ମଗତ ସମସ୍ୟା ରହିଥିଲା । ବର୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୮ କୁ ହ୍ରାସ ପାଇଛି । ସମୁଦାୟ ୧୭ଟି ଅଣ୍ଡିରା ଓ ୧୧ଟି ମାଈ ବାଘ ଅଛନ୍ତି । ଯେଉଁଥିରେ ୧୯ ଟି ସାଧାରଣ ରଙ୍ଗର ବାଘ (୧୧ ଅଣ୍ଡିରା, ୮ ମାଈ), ୫ଟି ଧଳା ବାଘ (୩ ଅଣ୍ଡିରା, ୨ ମାଈ), ଏବଂ ୪ ଟି କଳା ଲୋମଯୁକ୍ତ ବା ମେଲାନିଷ୍ଟିକ ବାଘ (୩ ଅଣ୍ଡିରା, ୧ ମାଈ) ରହିଛନ୍ତି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି ।