
ଭୁବନେଶ୍ବର : ନଖରା ନିକଟସ୍ଥ ମହିଧରପଡ଼ା ମେଡିକାଲ୍ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ମେଡିକାଲ୍ ପରିସରରେ ଥିବା ଏକ ଗଛ ମୂଳରୁ ସ୍ଥାନୀୟ ଲୋକେ ଆଜି ଏହି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । କିଏ ଏହି ଶିଶୁକନ୍ୟାକୁ ଛାଡି ଦେଇଯାଇଥିବା ଅନୁମାନ କରାଯାଉଛି, ତେବେ ତାହା ସ୍ପଷ୍ଟ ହୋଇପାରିନି । ଉଦ୍ଧାର ଶିଶୁ କନ୍ୟାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ଥାନାନ୍ତର କରାଯାଇଛି ।