ସବୁ ଥାନାରୁ ହଟିବ ଜବତ ଅଚଳ ଗାଡି

youtube

ଭୁବନେଶ୍ୱର : ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବା ସହ ରାଜସ୍ବ ବଢିବ ବୋଲି ସୁଲୋଚନା କହିଛନ୍ତି । ପୋଲିସ୍ କମିଶନରକୁ ଭୁବନେଶ୍ବର ମହାନଗର ନିଗମ ଏ ସମ୍ପର୍କରେ ଚିଠି କରିବ । କେବଳ ଥାନା ନୁହେଁ, ବିଏମ୍‌ସିର ଅବ୍ୟହୃତ ଓ ଅଚଳ ଗାଡ଼ି ଗୁଡିକ ସ୍କ୍ରାବ୍ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.