ରାସ୍ତା ଅବସ୍ଥା ଖରାପ, ୨ କିଲୋମିଟର ଖଟିଆରେ ଶବକୁ କାନ୍ଧରେ ବୋହିଲେ ସମ୍ପର୍କୀୟ

youtube

କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ପାଇଁ ସିଧ ମୁଣ୍ଡାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମରଶରୀକୁ ପରିବାର ଲୋକ ଗାଁକୁ ଆଣିଥିଲେ କିନ୍ତୁ ରାସ୍ତା ଖରାପ ଥିବାରୁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଥିଲେ ସମ୍ପର୍କୀୟ ।

ଅନନ୍ତପୂର ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଘଞ୍ଚ ଜଙ୍ଗଲ ଭିତରେ ପାକଟମୁଣ୍ଡା ଗାଁ ଅବସ୍ଥିତ । ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ ଯୋଗାଯୋଗ ହେବାରେ ବିଳମ୍ବ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ଆଣୁଥିବାବେଳେ ରାସ୍ତା ଖରାପ ଥିବାରୁ ୨ କିମି ମୃତଦେହକୁ ଖଟିଆରେ ବୋହି ସମ୍ପର୍କୀୟମାନେ ଘରକୁ ଆଣିଥିଲେ । ପରେ ଦାହସଂସ୍କାର ହୋଇଥିଲା ଗାଁରେ ।

ରାସ୍ତା ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ଅନ୍ଧାରୀ ଜୀବନ କାଟୁଥିବାବେଳେ ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.