
ଭୁବନେଶ୍ୱର : ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ । କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜିବେ ସରକାର ।
ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର । ପ୍ରକାଶଯୋଗ୍ୟ , ପ୍ରତି ବର୍ଷ ଶହ ଶହ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ବିଭିନ୍ନ ଅତ୍ୟାଚାରର ଶିକାର ହୋଇ ଫେରିଥାନ୍ତି । କେତେବେଳେ ଦାଦାଙ୍କ ମୃତ ଦେହ ରାଜ୍ୟକୁ ଫେରି ଥାଏ । ଦାଦନ ରୋକିବା ପାଇଁ ସରକାର ଏବେ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଉଥିବା ଜଣାଯାଇଛି ।