ନକଲି ଅଧ୍ୟାପକଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗର ଛାଟ, କାରଣ ଦର୍ଶାଅ ନୋଟିସ ଜାରି

youtube

ଉଦଳା: ଯୋଗ୍ୟତା ନ ଥାଇ ବି ପଦବୀ, ତାହା ପୁଣି ଆଉ କିଛି ନୁହେଁ….ଅଧ୍ୟାପକ । ଆଉ ଏହି ଅଧ୍ୟାପକଙ୍କ ଉପରେ ଏବେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ଅଧ୍ୟାପକଙ୍କୁ ଆସିଛି କାରଣ ଦର୍ଶାଅ ନୋଟିସ । ଅଧ୍ୟାପକ ଜଣକ ହେଲେ କପ୍ତିପଦା ବ୍ଲକ ନୁଦଡିହା ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ର । ୨୦୦୩ ମସିହାରେ ମେଘାସନ କଲେଜରେ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ ରୁପେଶ । ହେଲେ ସେତେବେଳେ ସେ ଏମଏସସି ପାସ କରିଥିଲେ ସୁଦ୍ଧା ଅଧ୍ୟାପକ ପଦବୀ ନିମନ୍ତେ ଆବଶ୍ୟକ ୫୫ ପ୍ରତିଶତ ମାର୍କ ରଖି ନ ଥିଲେ । ୫୪.୩ ପ୍ରତିଶତ ମାର୍କ ରଖିଥିଲେ ସୁଦ୍ଧା ସେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି । ଯାହାକି ତାଙ୍କ ନିଯୁକ୍ତିରେ ଠକିଥିବା ଜାଣି ପାରି ଉଚ୍ଚ ଶିକ୍ଷା ବିଭାଗ ଆରମ୍ଭ କରିଛି ଖୋଳତାଡ଼ । ୨୦୦୩ ମସିହାରୁ ଅଧ୍ୟାପକ ହେବାର ଯୋଗ୍ୟତା ନ ଥାଇ ନିଯୁକ୍ତି ପାଇ ବ୍ଲକ ଗ୍ରାଣ୍ଟ ରେ ଥାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ସରକାରଙ୍କୁ ଠକିଛନ୍ତି । ଯୋଗ୍ୟତା ନ ଥାଇ ସରକାରଙ୍କୁ ଠକି ସେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଉଚ୍ଚ ଶିକ୍ଷା ବିଭାଗ ଜାଣିବା ପରେ ଠକ ଅଧ୍ୟାପକ ରୁପେଶ ମହାପାତ୍ରଙ୍କୁ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଡାଇରେକ୍ଟର । ଏହି କାରଣ ଦର୍ଶାଅ ନୋଟିସ ଆସିବା ପରେ ଏବେ ଠକାମୀ ନେଇ ଚର୍ଚ୍ଚାରେ ଗଣିତ ଅଧ୍ୟାପକ । ସେପଟେ ତାଙ୍କର ସବୁ ଦସ୍ତାବିଜ ଏବଂ ନିଯୁକ୍ତି ଠିକ ଥିବା କହି ସଫେଇ ଦେଇଛନ୍ତି ଗଣିତ ଅଧ୍ୟାପକ ରୁପେଶ ମହାପାତ୍ର ।

ଅନ୍ୟପଟେ ପ୍ରିନ୍ସିପାଲ କହିଛନ୍ତି ନିୟମ ଅନୁସାରେ ଆମେ ସବୁ ଦସ୍ତାବିଜ ଦେଇଛୁ ଉଚ୍ଚ ଶିକ୍ଷା ବିଭାଗ ଯାହା ନିଷ୍ପତ୍ତି ନେବେ ।

ତେବେ ଏହି ମାମଲାରେ କିଏ ଠିକ ଆଉ କିଏ ଭୁଲ ? ଅଧ୍ୟାପକ ବନାମ ଉଚ୍ଚ ଶିକ୍ଷା ବିଭାଗ । କାହା କଥା ସତ ସେକଥା ତଦନ୍ତ ହେଲା ପରେ ହିଁ ଜଣାପଡିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.