
ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟରୁ ୧୭ ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇ ୨ଟି ପଦକ ଜିତିଛନ୍ତି ।
ଜୁନିଅର ବିଭାଗର ୧୨୦ କେଜି ବର୍ଗ ଡେଡ୍ ଲଫ୍ଟିଂ ରେ ସ୍ୱର୍ଣ୍ଣ ହାତେଇବା ସହ ସାମଗ୍ରିକ ଶକ୍ତି ଉତ୍ତୋଳନରେ ସ୍କ୍ୱାଟ, ବେଞ୍ଚ ପ୍ରେସରେ ସେ ହାତେଇଛନ୍ତି ଅନ୍ୟ ଏକ ସ୍ଵର୍ଣ୍ଣ । ଆହୁରି ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ମନୋନୀତ ହେବା ତଥା ପଦକ ହାତେଇବାକୁ ଲକ୍ଷ ରଖିଛନ୍ତି ପୁରୀ ନିବାସୀ ବିନୋଦ ଦାସଙ୍କ ପୁଅ ଦେବୀ ପ୍ରସାଦ ଦାସ ।