ପୋଖରୀରୁ କୁମ୍ଭୀର ଉଦ୍ଧାର

add-all

କେନ୍ଦ୍ରାପଡ଼ା:  ପୋଖରୀରୁ ଧରାଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀମାନେ କୁମ୍ଭୀରକୁ ଧରି ହବଳ ନାଳରେ ଛାଡ଼ିଦେଇଛନ୍ତି।

ସୂଚନା ଅନୁସାରେ, ରବୀନ୍ଦ୍ରଙ୍କ ପୋଖରୀରେ ଅନେକ ଦିନ ହେବ କୁମ୍ଭୀରଟି ରହି ଆସୁଥିଲା। ଏ ନେଇ ରବୀନ୍ଦ୍ର ବନ ବିଭାଗକୁ ଖବର ଦେଇଆସୁଥିଲେ। ସୋମବାର ଅପରାହ୍ନରେ ଗାଁ ଲୋକେ କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ ଏବଂ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହାୟତାରେ ବନ କର୍ମଚାରୀମାନେ ଜାଲ ପକାଇ କୁମ୍ଭୀରଟିକୁ ଧରିଥିଲେ। କୁମ୍ଭୀର ଲମ୍ବ ୮ଫୁଟ ୨ଇଞ୍ଚ ହେବ। ଏହା ଏକ ବଉଳା କୁମ୍ଭୀର ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.