କୋରାପୁଟ ଏସ୍ ପିଙ୍କ ସାମ୍ୱାଦିକ ସମ୍ମିଳନୀ : ଜେଲ୍ ଫେରନ୍ତା ଉପରେ ପୋଲିସ୍ ର କଡ଼ା ନଜର

youtube

କୋରାପୁଟ : କୋରାପୁଟ ଜିଲ୍ଲାରେ ଅପରାଧୀ ମାନଙ୍କ ଉପରେ ରହିଛି ପୋଲିସର କଡ଼ା ନଜର। ରବିବାର ଦିନ କୋରାପୁଟ ଏସ୍ ପି ରୋହିତ ବର୍ମା ଜୟପୁର ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାରେ ଘଟାଉଥିବା ଅପରାଧୀ ମାନଙ୍କୁ ବଡ ସଙ୍କେତ ଦେଇଛନ୍ତି। ଜିଲ୍ଲାରେ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଅଣ୍ଟା ଭିଡିଛି। ଯେଉଁ ଅପରାଧୀ ମାନେ ଅପରାଧ କରି ଜେଲ୍ ଯାଇଛନ୍ତି ସେମାନଙ୍କ ଗତିବିଧିକୁ ପୋଲିସ ନଜର ରଖିଛି, ଏବଂ ଯେଉଁ ଅପରାଧୀ ମାନେ ଜେଲ୍ ରୁ ଫେରିଛନ୍ତି ତାଙ୍କ ପ୍ରତି ମଧ୍ୟ ପୋଲିସର କଡ଼ା ନଜର ରହିଛି। ପ୍ରତ୍ୟେକ ମାସର ରବିବାର ଦିନ ପୋଲିସ ପକ୍ଷରୁ ଜେଲ୍ ରେ ଥିବା କଇଦି ମାନଙ୍କୁ ସାକ୍ଷାତକାର ହୁଏ।

ଆଜି କୋରାପୁଟ ଏସ୍ ପିଙ୍କ ସହିତ ଏସଡିପିଓ ଏବଂ ଟାଉନ ଥାନା ଅଧିକାରୀ, ସଦର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜୟପୁର ଉପଖଣ୍ଡୀୟ ଜେଲ୍ କୁ ପରିଦର୍ଶନ କରି ଜେଲ୍ ରେ ଥିବା କଇଦି ମାନଙ୍କୁ ସାକ୍ଷାତକାର କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ତତ୍ ସହିତ ଜେଲ୍ ରୁ ମୁକୁଳି ଥିବା କଇଦି ମାନଙ୍କୁ ସମାଜରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନକରି ମିଳିମିଶି ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଜେଲ୍ ରୁ ବାହାରିବା ପରେ ଅପରାଧି ମାନେ ଅପରାଧିକ ଘଟଣାରୁ ନିବୃତ୍ତ ନରୂହନ୍ତି ତେବେ ସେମାନଙ୍କ ପ୍ରତି ପୋଲିସ୍ କଡ଼ା ପଦକ୍ଷେପ ଗ୍ରହଣ କରିବ ବୋଲି କୋରାପୁଟ ଏସ୍ ପି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।ଏସ୍ ପିଙ୍କ ଏହି ସୂଚନା ପରେ ଜିଲ୍ଲାର ଅପରାଧୀ ମାନେ କିପରି ଭାବେ ସୁଧୁରଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.