
ଚାଇନା ପାଇଁ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ । ଜିନପିଙ୍ଗଙ୍କ ଆଗରେ ନରମ ପଡ଼ୁଛନ୍ତି ଟ୍ରମ୍ପ । ୬ ଲକ୍ଷ ଚୀନ୍ ଛାତ୍ରଙ୍କ ପାଇଁ ଭିସା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅନ୍ୟପଟେ ଚାଇନାର ଛାତ୍ରମାନଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢିବାକୁ ଅନୁମତି ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଟ୍ରମ୍ପଙ୍କ ସମର୍ଥକ।
ୱାଶିଂଟନ୍ ଏବଂ ବେଜିଂ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଟ୍ରମ୍ପ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେ ଚୀନ୍ ର ଛାତ୍ରଙ୍କୁ ଆମେରିକା ଆସିବାକୁ ଅନୁମତି ଦେବାକୁ ଯାଉଛୁ । ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଆମେ ଚୀନ୍ ସହିତ ମିଶିକି କାମ କରିବାକୁ ଚାହିଁଛୁ । ଏହା ସହିତ ସେ ଆହୁରି କହିଛନ୍ତି , ଯଦି ଚୀନ୍ ବିରଳ ପୃଥିବୀ ଚୁମ୍ବକ ଆମେରିକାକୁ ଯୋଗାଣ ନକରେ ତେବେ ୨୦୦ ପ୍ରତିଶତ ଶୁଳ୍କ ଚେତାବନୀ ଦେଇଛନ୍ତି ।
ଏଥିସହ ଜାଣିରଖନ୍ତୁ ଯେ, ଅନ୍ତର୍ଜାତୀୟ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଚୀନ୍ ପ୍ରୀତି ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ଦେଶ ଭିତରେ ଖୁବ୍ ବିରୋଧ କରାଯାଇଛି । ଗୋଟେପଟେ ଭାରତ ସହିତ ଟ୍ରମ୍ପଙ୍କ ଟାରିଫ ୱାର ଚାଲିଥିବା ବେଳେ ଅନ୍ୟପଟେ ଚୀନ୍ ପ୍ରତି ଟମ୍ପର ନରମ ସ୍ବରକୁ ନେଇ ପ୍ରଶ୍ନ ଉଠିଛି । ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ପରେ ‘ ମେକ୍ ଆମେରିକା ଗ୍ରେୟଟ୍ ଏଗେନ୍’ ସମର୍ଥକ କହିଛନ୍ତି ଟ୍ରମ୍ପ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ଆମେରିକାର ପ୍ରଥମ ନୀତିକୁ ଏଡ଼ାଇ ଦେଇଛନ୍ତି ।