
ହତ୍ୟା ଘଟଣା ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ଫେରାର….!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଅପରାଧତତ୍ତ୍ୱ ମାନେ କଳା ଟଙ୍କା ଅର୍ଜନ କରି ରାଜନୈତିକ ଦଳରେ ସାମିଲ ହୋଇ ଅଧକ୍ଷ ପଦବୀ ହାତେଇ ଥିବାର ନଜିର ରହିଛି। ସେମିତି ଏକ ସଙ୍ଗିନୀ ଘଟଣା କବିସୂର୍ଯ୍ୟନଗର ବ୍ଲକର ଅଧକ୍ଷ ଭାବେ ଦାୟିତ୍ୱ ରେ ରହିଥିବା ବୀରେନ୍ଦ୍ର ଖଟେଇଙ୍କ ନାଁ ରେ ଆସିଛି। ସୁରତ ର ଏକ କପଡ଼ା ବ୍ୟବସାୟୀ ଉଗ୍ର ପ୍ରସାଦ ସାହୁଙ୍କୁ ୨୦୨୫ ଅଗଷ୍ଟ ୧୩ ରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ପୋଲିସ ତଦନ୍ତ ବେଳେ ଜାଣିବା ପରେ ଖୋଳତାଡ଼ ଆରମ୍ଭ କରିଥିଲେ। ଏହି ଘଟଣାରେ ଦୁଇ ଜଣଙ୍କୁ ସୁରତ ପୋଲିସ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା କବିସୂର୍ଯ୍ୟନଗର ବ୍ଲକର ଅଧକ୍ଷ ଦାୟିତ୍ୱ ରେ ଥିବା ବୀରେନ୍ଦ୍ର ଖଟେଇ ଫେରାର ଥିବା ଏବେ ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ଗତ ୨୨ ତାରିଖ ଦିନ କବିସୂର୍ଯ୍ୟନଗର ର ନେତା ଫେରାର ବୋଲି ଖବର ପ୍ରକାଶ ପାଇଥିଲା। ଗୁଜରାଟ ପୋଲିସ ମୋଷ୍ଟ ୱାଣ୍ଟେଡ ଫେରାର ଥିବା ବୀରେନ୍ଦ୍ର ଏବେ କେଉଁଠି ଆଶ୍ରୟ ନେଇଛି ଏବଂ ପୋଲିସ ପଞ୍ଝା ରେ କେବେ ତାହା ଦେଖିବାକୁ ବାକି ରହିଲା l