
ବଣାଇ,:ବଣାଇ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମର ପଞ୍ଚପାଲ୍ଲୀ ଠାରେ ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମାଁ ବଲାଣି ପାଟଙ୍କ ବଡ଼ ପୂଜା ଅନୁଷ୍ଠିତ ହୋଇଥିଲା l ଦୁଇ ବର୍ଷରେ ଥରେ ମାଁ ବଲାଣି ପାଟଙ୍କ ପୂଜା ହେଉଥିବା ବେଳେ ଏଥର ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଅନୁଷ୍ଠିତ ହୋଇଥିଲା l ହଜାର ହଜାର ସଂଖ୍ୟାରେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ମାନେ ଆସି ମାଁଙ୍କୁ ଦର୍ଶନ କରିଥିଲେ l ତା ସହିତ ମାଁଙ୍କ ପାଖରେ ମାନସିକ କରିଥିବା ଶ୍ରଦ୍ଧାଳୁ ତଥା ଜନ ସାଧାରଣ ବଳି ପ୍ରଥା ଥିବା ହେତୁ ବଳି ଅର୍ପଣ କରିଥିଲେ l ମାଁଙ୍କ ପୂଜା ସକାଳ ସାତଟାରୁ ଆରମ୍ଭ ହୋଇ ସନ୍ଧ୍ୟା ହୋଇ ଯାଇଥିଲା l ମାଁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଧାଡି ବାନ୍ଧି ଦର୍ଶନ ଓ ପୂଜାର୍ଚନା କରିଥିଲେ l ମାଁଙ୍କୁ କୌଣସି କାର୍ଯ୍ୟ ପାଇଁ ମନାସିଲେ ମାଁ ପୂରଣ କରିଥାନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି ସେଥିପାଇଁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ମାଁଙ୍କ ପାଖରେ ମାନସିକ କରି ଥାନ୍ତି l ମାଁ ବଲାଣି ପାଟ ଦେବୀଙ୍କ ପୂଜା ଦେହୁରୀ ସଂଗୀତ କାଲୋ, ମଙ୍ଗୁଳୁ କାଲୋ, ଭୀମସେନ କାଲୋ ପୂଜାର୍ଚନା କରିଥିଲେ l କମିଟିର ସଭ୍ୟ ସଭ୍ୟା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାଁଙ୍କ ପୂଜା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ l ଅନ୍ନପୂର୍ଣ୍ଣା ଦାତବ୍ୟ ପ୍ରସାଦ ବିତରଣ କମିଟି ତରଫରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l